କାମାକ୍ଷାନଗର ଆଳୁତୁମା ଗ୍ରାମରେ ଶିଶୁ ମାନଙ୍କ ଦ୍ଵାରା ଶ୍ରୀମଦ୍ଭାଗବତ ଗ୍ରନ୍ଥ ସମର୍ପଣ।

Spread the love

ଶ୍ରୀମଦ୍ଭାଗବତ ମହାପୁରାଣ ସର୍ବଶ୍ରେଷ୍ଠ ନିର୍ଣ୍ଣାୟକ ଗ୍ରନ୍ଥ, ଯେଉଁ ଶାସ୍ତ୍ର କେବଳ ସୂତ ଏଵଂ ଶୁକଙ୍କ ଭଳି ଶିଶୁ ସୁଲଭ ଏବଂ ପରମ ଭାଗଵତଙ୍କ ଦ୍ଵାରା ଲୋକାର୍ପିତ ହୋଇଅଛି । ଯାହାର ଶ୍ରବଣ କୀର୍ତ୍ତନ ଦ୍ଵାରା ଜୀବ ଚତୁଃଵର୍ଗ ଫଳ ପ୍ରାପ୍ତ ହୋଇଥାଆନ୍ତି । କଳି ଉଦ୍ଧରଣ ଗ୍ରନ୍ଥ ହେଉଛନ୍ତି ଶ୍ରୀମଦ୍ଭାଗବତ। ଶିଶୁ ଚରିତ୍ର ହିଁ ଭାଗବତଙ୍କୁ ବହୁ ଉର୍ଦ୍ଧ୍ଵକୁ ନେଇପାରିଛି ଯଥା ଧୃଵ, ପ୍ରହଲ୍ଲାଦ , ଓ ଗୋକର୍ଣ ପ୍ରଭୃତି।ଏମାନଙ୍କର ପୂର୍ବ ପ୍ରାରଵ୍ଧ ହିଁ ସେମାନଙ୍କୁ ଭଗଵତମୁଖୀ କରାଇଥିଲା ଯାହାଦ୍ଵାରା କି ସେମାନେ ପ୍ରାତଃ ସ୍ମରଣୀୟ ହୋଇ ରହିଆସିଛନ୍ତି ଏଵଂ ଏହି ଗ୍ରନ୍ଥ କଳିରେ ସର୍ବଶ୍ରେଷ୍ଠ ଗ୍ରନ୍ଥ ଭାବରେ ପରିଚିତ। କଳିକଳୁଷନାଶନ ଏଵଂ ପ୍ରେତଵାଧା ବିନାଶକ ଭାବରେ ଆଦୃତ। ପ୍ରତି ଗ୍ରାମରେ ଭାଗବତ ଟୁଙ୍ଗି ନିର୍ମାଣ କରି ଭାଗବତ ଗାଦି ରଖି ନିତ୍ୟ ସାନ୍ଧ୍ୟ କାଳରେ ପଠନ କରାଯାଏ । ଏହି ପ୍ରେରଣା କାମାକ୍ଷାନଗର ଆଳତୁମା ଗ୍ରାମର କିଛି ନିଷ୍ପାପ ଶିଶୁଙ୍କ ମାନସପଟକୁ ଆନ୍ଦୋଳିତ କରିଥିଲା ଫଳରେ ସେମାନେ ସେହି ଦୁର୍ଲଭ ଶ୍ରୀମଦ୍ଭାଗବତ ଗ୍ରନ୍ଥକୁ ତଥା ସର୍ଵଦର୍ଶନ ଶ୍ରେୟ ଭଗଵାନଙ୍କ ମୁଖନିସୃତ ଭଗବତ ଗୀତା ଗ୍ରନ୍ଥଙ୍କୁ ଗ୍ରାମର ଵୟ୍ୟୋଜ୍ୟଷ୍ଠ ପିତାମହ ଭୀଷ୍ମ ବରେଣ୍ୟ ସଭାପତି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମହାନ୍ତି ମହୋଦୟ ଏବଂ ନିତୀଵାନ୍ ଵିଦୁର ତୁଲ୍ୟ ଵର୍ଷିୟାନ ଗୁରୁ ପୂଜ୍ୟ ଶ୍ରୀ ମଦନମୋହନ ମହାନ୍ତି ମହୋଦୟଙ୍କ କରକମଳରେ ନୁଆ ଆଳତୁମା ପାଣିଟାଙ୍କି ସାହି ଭଗବତ ଟୁଙ୍ଗିରେ ନିତ୍ୟପଠନ ପାଇଁ ସମର୍ପିଣ କରିଥିଲେ ।

ଗୃହୀ ମାନଙ୍କ ନିମନ୍ତେ ଅତି ଶିକ୍ଷଣୀୟ ଏହି ଗ୍ରନ୍ଥକୁ ଆଚାଣ୍ଡାଳ ବ୍ରାହ୍ମଣ, ଆଵାଳ ଵୃଦ୍ଧଵନିତା ଶ୍ରବଣ କରିବା ଉଚିତ କାରଣ ଭାଗବତ କୁହନ୍ତି:- ନିର୍ମଳ ଭାଗବତଵାଣୀ ,
ଶୁଣି ସଂସାରୁ ତର ପ୍ରାଣୀ।
କଳିରେ ଭାଗବତ କଥା
ହେଳେ ଖଣ୍ଡଇ ଭବ ବ୍ୟଥା ।
ପରମ ଶାସ୍ତ୍ର ଭାଗବତ
ଅଭ୍ୟାସ କରୁଥିବ ନିତ୍ୟ ।
ଏଣୁ ଗ୍ରାମର ଶିକ୍ଷିତା ଵିଦ୍ଵତୀ ମାତୃ ସ୍ଥାନୀୟା, ଭଗିନୀ ସ୍ଥାନୀୟା, ଦେଵୀ ସ୍ଵରୁପା ,ନାରୀ ଜାତି ଦ୍ଵାରା ଅଧିକ ପ୍ରଚାର ଏଵଂ ପ୍ରସାର ହୋଇପାରିବ ଯାହାକି ମା ମାନେ ହେଉଛନ୍ତି ଶିଶୁ ମାନଙ୍କର ଆଦ୍ୟ ଗୁରୁ, ସେମାନଙ୍କ ଦ୍ଵାରା ଶିଶୁମାନେ ହୁଅନ୍ତି ପ୍ରଭାବିତ , ଉଦାହରଣ ଧୃଵ ଏଵଂ ପ୍ରହଲ୍ଲାଦ।
ହରେକୃଷ୍ଣ 🙏🙏🙏

ଇଞ୍ଜିନିୟର ହିମାଦ୍ରି ଦାସ (ଵଵୁଲ୍)
ଓଡ଼ିଆ ପରମ୍ପରା ସଂସ୍କୃତି ପ୍ରଚାରକ।

Leave a Reply

Your email address will not be published. Required fields are marked *