














ଗଡ଼ଜାତ ଢେଙ୍କାନାଳ ଜିଲ୍ଲା ,କାମାକ୍ଷାନଗର ଉପଖଣ୍ଡ ପୁଣ୍ୟତୋୟା ରାମାଳୟା କ୍ଷୁଦ୍ର ତଟିନୀର ତଟ ପ୍ରଦେଶରେ ଅବସ୍ଥିତ ଐତିହାସିକ ଦଧିଵାମନ କ୍ଷେତ୍ର ଆଳତୁମା ଗାଁ । ଉକ୍ତ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଦଧିବାମନ ଜୀଉ ଏଵଂ ଗ୍ରାମର ଚୁତଃପାର୍ଶ୍ଵର ଦେବା ଦେବୀ ଅବସ୍ଥିତ ତନ୍ମଧ୍ୟରୁ ଗ୍ରାମର ଉତ୍ତର ଦିଗରେ ପ୍ରତ୍ୟେକ୍ଷ ଠାକୁରାଣୀ ମା କେନ୍ଦୁଆ ମାହାପାଟ ଶକ୍ତି ପୀଠ ଅବସ୍ଥିତ । ମା ଙ୍କ ମହିମା ଅନନ୍ୟ ,ଭକ୍ତିର ସହ ଡାକ ଦେଲେ ମା ଉଅ କରନ୍ତି ଏହି ଆସ୍ଥା ଆଉ ଵିଶ୍ଵାସ ଗ୍ରାମବାସୀଙ୍କ ଭିତରେ ରହିଛି ।
ଗ୍ରାମର ଆରାଧ୍ୟ ପ୍ରଭୁ ଦଧିବାମନ ଜୀଉଙ୍କ ଆଜ୍ଞାରୁ ଆସନ୍ତା କାଲି ତା/୧୪/୦୩/୨୦୨୩ ରିଖ ମଙ୍ଗଳଵାର ଦିନ ଶରଧାପୁର, ଆଳତୁମା ଗାଁ ଆନୁକୁଲ୍ୟରେ ମା କେନ୍ଦୁଆ ମହାପାଟ ଶକ୍ତିପୀଠ ପ୍ରାଙ୍ଗଣ ଠାରେ ପାର୍ଶ୍ଵଦେଵୀ ମା କେନ୍ଦୁଆ ମହାପାଟ ଙ୍କ ପ୍ରଥମ ଚଇତି ମଙ୍ଗଳାବାର ଯାତ୍ରା ଅନୁଷ୍ଠିତ ହେବାକୁ ଥିଲାଵେଳେ ଆଜି ତା/୧୩/୦୩/୨୦୨୩ ରିଖ ସୋମବାର ଦିନ ଅପରାହ୍ନ ୩ ଘଟିକା ୩୦ ମିନିଟ ସମୟରେ ଅଧିବାସ ତଥା ବିଶ୍ଵ ଶାନ୍ତି ଯଜ୍ଞ ନିମିତ୍ତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।
ଆଜିର ଉକ୍ତ କଳସ ଯାତ୍ରା ତଥା ବିଶ୍ଵ ଶାନ୍ତି ଯଜ୍ଞ ନିମିତ୍ତ ସମାଜର କଲ୍ୟାଣ ଉଦ୍ଦେଶ୍ୟେରେ କର୍ତ୍ତା ଭାବରେ ଗ୍ରାମର ପୂଜ୍ୟ ଗ୍ରହଵିପ୍ର ଶ୍ରୀଯୁକ୍ତ ବାଳକୃଷ୍ଣ ନାୟକ ମହୋଦୟ ଏଵଂ କର୍ତ୍ତ୍ରୀ ଭାବରେ ତାଙ୍କର ସହ ଧର୍ମୀଣୀ ଶ୍ରୀମତୀ ବାସନ୍ତୀ ଦେବୀ ଆଜ୍ଞା ମା ଙ୍କ ସେବାରେ ଅବତୀର୍ଣ୍ଣ ହୋଇଥିଲାଵେଳେ ଗ୍ରାମର ଗୃହଲକ୍ଷ୍ମୀ ମା ମାନେ ଵ୍ରତ୍ତୀ ଭାବେ ଅବତୀର୍ଣ୍ଣ ହୋଇ ସଂକୀର୍ତ୍ତନ ହୁଳୁହୁଳି ହରିବୋଲ ଆସର ଭିତରେ ନଗର ପରିକ୍ରମା କରି ମା ଙ୍କ ପୀଠରେ କଳସ ସ୍ଥାପନ କରିଥିଲେ । ଯଥା ପୂଜା ବିଧି ଓ ଯଜ୍ଞାଦି କର୍ମ କାଣ୍ଡ ଶୁଦ୍ଧ ଶ୍ଲୋକ ମନ୍ତ୍ର ପାଠ କରି ପରିଚାଳନା କରିଥିଲେ ପୂଜ୍ୟ ପୁରୋହିତ ଶ୍ରୀଯୁକ୍ତ ହରିହର ମିଶ୍ର ମହୋଦୟଙ୍କ ସହିତ ସହଯୋଗୀ ପୂଜ୍ୟ ବ୍ରାହ୍ମଣ ଦେଵତା ଗଣ ଏଵଂ ପୀଠର ପୂଜ୍ୟ ଦେହୁରୀ ଶ୍ରୀଯୁକ୍ତ ଯୁଧିଷ୍ଠିର ଦେହୁରୀ ଆଜ୍ଞା ।
🙏ମା କେନ୍ଦୁଆ ମହାପାଟ~ଏକ ଅସୀମିତ ସ୍ନେହ, କ୍ଷମା, ଦୟାର କରୁଣାମୟୀ ମା ।🙏🙏🙏🙏🙏
ତୋହରି ସରଞ୍ଚନାରେ ଏ ସୃଷ୍ଟି ଆଉ ତାହାରି ଭିତରେ ଆଳତୁମା ଗାଁ, ଆଳତୁମା ଗ୍ରାମର ଆବାଳ ବୃଦ୍ଧ ଵନୀତା ସର୍ଵୋପରି ଜଗତଵାସୀଙ୍କୁ ଆଶୀର୍ବାଦ କରୁଥା ଆଉ ତୋହରି ପଣତ ଆଢ଼ୁଆଳରେ ଘଣ୍ଟ ଘୋଡାଇ ରଖିଥା ।
✍️ଇଞ୍ଜିନିୟର ହିମାଦ୍ରି ଦାସ (ଵଵୁଲ୍)
ଓଡ଼ିଆ ପରମ୍ପରା ସଂସ୍କୃତି ପ୍ରଚାରକ.