କାମାକ୍ଷାନଗର ଶ୍ରୀରାମ ମନ୍ଦିର ଠାରେ ଆଜି ଶୁଭାରମ୍ଭ ହେଲା ୩୮ ତ୍ତମ ଶ୍ରୀରାମ ଚରିତ ମାନସ ନାଵାନ୍ନ ପାରାୟଣ ବ୍ରତ ଉପଲକ୍ଷେ କଳସ ଯାତ୍ରା ।

Spread the love

ଅଦ୍ୟ ତା/୨୦/୦୨/୨୦୨୩ ରିଖ ସୋମବାର ଅପରାହ୍ନ ୩ ଘଟିକା ସମୟରେ ୩୮ ତ୍ତମ ଶ୍ରୀରାମ ଚରିତ ମାନସ ନବାନ୍ନ ଵ୍ରତ୍ତ ଉପଲକ୍ଷେ ଗୁଣ୍ଡିଚାନାଳୀ ରାମିଆଳ ନଦୀ ଠାରେ ପୂଜ୍ୟ ବ୍ରାହ୍ମଣ ଦେଵାତା ପଣ୍ଡିତ୍ ଶ୍ରୀ ଶୃତିପଦ ନନ୍ଦ (ପାପୁନି ନନା) ମହୋଦୟ କର୍ତ୍ତା ଭାବରେ ଯୋଗଦେଇ ପୁରୋହିତ ଙ୍କ ଦ୍ଵାରା ଯଥାବିଧି ପୂଜାପାଠ କରି କଳସ ପୂଜା କରିଥିଲେ । ଵ୍ରତ୍ତୀ ଭାବରେ ବାଙ୍କ ଵାଵୁ,ହିମା ଵାଵୁ, ହିମାଦ୍ରି ବାବୁ,ଜଗା ଵାଵୁ,ଭବ ଵାଵୁ, ହିମାଂଶୁ ଵାଵୁ,ସୁନିଲ ଵାଵୁ ,ମନ ଵାଵୁ, ପିଣ୍ଟୁ ଵାଵୁ, କାଳିଆ ଵାଵୁ, ଝଟ ଵାଵୁ, ଚଗଲା ଵାଵୁ, ଲୁଲୁ ଵାଵୁ ,ପରୀ ଵାଵୁ, ସାନ ଵାଵୁ, ଚଟିଆ ଵାଵୁ,ଅମେଶ ଵାଵୁ,ଦିପୁନି ଵାଵୁ,ଚିଲା ଵାଵୁ ,ଜଙ୍ଗଲୁ ଵାଵୁ ,ପାତାନି ଵାଵୁ,ବ୍ରଜ ଵାଵୁ,ଇଲୁ ଵାଵୁ, କାଳିଆ ବାବୁ,ଵଳିଆ ଵାଵୁ,ରାଜା ଵାଵୁ,ଡାଡୁନ୍ ଵାଵୁ, ବିଜୁ ଵାଵୁ , ଶବରା ଵାଵୁ,ରଣିଆ ଵାଵୁ,ରାମ ଵାଵୁ ,ପ୍ରଦୀପ ଵାଵୁ, ଗୁଡୁ ବାବୁ ପ୍ରମୁଖ କଳସ ପୂଜାରେ ଯୋଗଦେଇ ପ୍ରଭୁ କୃପା ଲାଭ କରିଥିଲେ ।

ଉକ୍ତ ଆଧ୍ୟାତ୍ମିକମୟ କାର୍ଯ୍ୟକ୍ରମ ୯ ଦିନ ବ୍ୟାପୀ ଚାଲିଵ , ବ୍ରତ୍ତୀମାନେ ନିଷ୍ଠାର ସହ ମନ୍ଦିରରେ ହୋମ ଯଜ୍ଞ ଆଦି କର୍ମରେ ଉପସ୍ଥିତ ରହି ଏକ ଓଳି ଫଳମୂଳ ଅରୁଆ ଅନ୍ନ ଭୋଜନ କରି ଜଗତ କଲ୍ୟାଣ କାମନାରେ ସମର୍ପିତ ରହିବେ ।

ଏହା ସହିତ ପ୍ରତିଦିନ ସନ୍ଧ୍ୟାରେ ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ତେଣୁ କାମାକ୍ଷାନଗର ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ରାମମନ୍ଦିର ତରଫରୁ ନିବେଦନ ରହିଛି ଉକ୍ତ ରାମ ଚରିତ ପ୍ରବଚନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶୁଣିବା ହେଵା ପାଇଁ ।

ରାମ ମନ୍ଦିର ତରଫରୁ ଏଵଂ ଵ୍ରତ୍ତୀମାନେ ଏକ ଜନସାଧାରଣଙ୍କ ଉଦେଶ୍ୟରେ ଏକ ବାର୍ତ୍ତା ପ୍ରଦାନ କରି କହିଛନ୍ତି ଆସନ୍ତୁ ସମସ୍ତେ ମିଶି ପ୍ରଭୁ କାର୍ଯ୍ୟରେ ଲୀନ ରହି କାମାକ୍ଷାନଗର ସହରକୁ ଆଧ୍ୟାତ୍ମିକମୟ ପରିବେଶ କରିବାରେ ଏଵଂ ରାମ ବାଣୀ ଓ ରାମ ଗାଥକୁ ପରିବ୍ୟାପ୍ତ କରିବାରେ ଗୁଣ୍ଡୁଚିମୂଷାର ଭୂମିକା ନିର୍ବାହ କରିବା ।
ଜୟ ଜୟ ସୀତା ରାମ🙏
ଜୟ ଶ୍ରୀ ରାମ 🙏

Leave a Reply

Your email address will not be published. Required fields are marked *