













କାମାକ୍ଷାନଗର ସହରର ସର୍ଵପୁରାତନ ୧୫୦ ଵର୍ଷ ତଳର ପୁନରୁଦ୍ଧାର କୂଅ କୁ ଶୁଭ ଉଦ୍ଘାଟନ କରିଲେ ନଗରପାଳ।
କାମାକ୍ଷାନଗର ସହର ତରୁଣ ବଜାର ସ୍ଥିତ ୧୫୦ ବର୍ଷ ତଳର ସର୍ବପୁରାତନ କୂଅ ଯାହା ସହରଵାସୀଙ୍କ ପାଇଁ ଐତିହାସିକ ସହ ସ୍ମୃତି ଅସ୍ମିତା। ୧୮୭୩ ମସିହା ,ସେ ସମୟରେ ସୁଦୁର ଛତିଆ ରୁ ଆସି କାମାକ୍ଷାନଗର (ମଢି) ଵ୍ୟଵସାୟ ଆରମ୍ଭ କରିଥିବା ଵାଞ୍ଛାନିଧି ସାହୁ ଓ କୃଷ୍ଣ ସାହୁ ଏଵଂ ମଢି ସାହିର ହାଡିବନ୍ଧୁ ନାୟକ ଏକ ଟଙ୍କାରେ ହାତରେ ଖୋଳି ଏ କୂଅ ପ୍ରତିଷ୍ଠା କରିଥିଲେ । କାଳକ୍ରମେ ୧୯୫୧ ମସିହା ସମୟରେ ଏ କୂଅ କାମାକ୍ଷାନଗର ପଞ୍ଚାୟତ ଅଧିନକୁ ଆସିଥିଲା ,ସେ ସମୟର ସରପଞ୍ଚ ବୃନ୍ଦ ପ୍ରମୋଦ ବିଶ୍ଵାଳ, ବିରଞ୍ଚି ନାରାୟଣ ନନ୍ଦ ଓ ଓ୍ଵାର୍ଡ ମେମ୍ବର ଶ୍ରୀକାନ୍ତ ନାୟକ ଆଜ୍ଞା ମାନେ ୫ ହଜାର ଟଙ୍କା ଖର୍ଚ୍ଚ କରି କୂଅକୁ ପୁନରୁଦ୍ଧାର କରିଥିଲେ । ପରେ ୨୦୨୩ ମସିହାରେ ତରୁଣ ବାଜାର ସଭାପତି ଶ୍ରୀଯୁକ୍ତ ଦୁଷ୍ମନ୍ତ ନନ୍ଦ ଓ ସମ୍ପାଦକ ଶ୍ରୀଯୁକ୍ତ ଵିନୋଦ ବିହାରୀ ସେଠୀ ଙ୍କ ନେତୃତ୍ଵରେ ଵଜାରର ବରିଷ୍ଠ ବ୍ୟବସାୟୀ ବୃନ୍ଦ ବିଜୟ କୁମାର ଶତପଥୀ, ଶ୍ରୀକାନ୍ତ ପାତ୍ର,ବିଭୂତି ଭୂଷଣ ମହାନ୍ତି, ମଣ୍ଟୁ ପ୍ରଧାନ ,ଅର୍ସଦ ଏହମଦ୍ , ସଞ୍ଜୟ ବିଶ୍ଵାଳ,ସୁସିଲ ମହାରଣା,ଦିଲ୍ଲିପ ପ୍ରଧାନ,ଦିଲ୍ଲିପ ଵିଶ୍ଵାଳ,ମାନସ ପ୍ରଧାନ,ଦିବ୍ୟସିଂ ପାତ୍ର,ଜୟ କୃଷ୍ଣ ସାହୁ, ଚନ୍ଦ୍ରକାନ୍ତ ମହାପାତ୍ର,ଦୁଆରି ସାହୁ ପ୍ରମୁଖ ଆଜ୍ଞା ମାନଙ୍କ ସହଯୋଗ କୂଅ ପୁନରୁଦ୍ଧାର ହେଲା ।
ସହରର ସ୍ମୃତି ଅସ୍ମିତା ତରୁଣ ବଜାରର ୧୫୦ ବର୍ଷ ତଳର ପୁନରୁଦ୍ଧାର କୁଅ ଶୁଭ ଉଦ୍ଘାଟନ ସମାରୋହରେ ମାନ୍ୟବର ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ମହୋଦୟ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ଉପ-ନଗରପାଳ ଶ୍ରୀମତୀ ସକୁନ୍ତଳା ସେଠୀ ମହୋଦୟା ଯୋଗଦେଇ ସମାରୋହକୁ ଶୋଭା ଵର୍ଦ୍ଧନ କରିଛନ୍ତି ଏତତ୍ ବ୍ୟତୀତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦଙ୍କ ସହ ଯୁବ କାଉନସିଲର ଶ୍ରୀଯୁକ୍ତ ସଞ୍ଜୟ ପରିଡା ଓ କାମାକ୍ଷାନଗର ସାମ୍ବାଦିକ ସଂଘର ସମ୍ମାନୀୟ ସଭାପତି ଶ୍ରୀଯୁକ୍ତ ହିମାଂଶୁ ମହାପାତ୍ରଙ୍କ ସହ ବରେଣ୍ୟ ସମ୍ଵାଦିକ ବନ୍ଧୁ ଗଣ ପାପୁନି ନନ୍ଦ, ରାକେଶ ଦେହୁରୀ, ସଦାଶିବ ସେଠୀ,ମଧ୍ୟ ଉ