ଚାଲ ଭେରେ ବୁଲି ଆସିବା ବାଙ୍କ ଭାଇନାଙ୍କ ଗୋରୁ ଗୁହାଳ ଆଡୁ ।

Spread the love

କାମାକ୍ଷାନଗର ସହର‌ ଆଧୁନିକ କୋଠା ବାଡି ଭିତରେ ବହୁତ ଆଗକୁ ଅଗ୍ରସର ହେଉଥିଲା ଵେଳେ ସହରଵାସୀଙ୍କ ଘର ଆଗରେ ଗୁହାଳ ଆଉ ବିଶେଷ ଦେଖିବାକୁ ମିଳୁନି ।
ଏମିତି ସହରର କିଛି ବୁଦ୍ଧିଜୀବି ମାନଙ୍କ ମାର୍ଗଦର୍ଶନରେ ଏକ ଅନନ୍ୟ ପ୍ରୟାସ ମାଧ୍ୟମରେ ଅନୁସନ୍ଧାନ ଅନ୍ଵେଷଣ ଭିତରେ ଆଜି ରିଵିଵାର ଛୁଟି ଦିନରେ ଫୁରସତ୍ ସମୟରେ ବରିଷ୍ଠ ରାଷ୍ଟ୍ରୀୟ ପୁରସ୍କୃତ ଯାତ୍ରା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିପିନି ତ୍ରିପାଠୀ ଆଜ୍ଞା ଙ୍କ ସହିତ ସହରର ଅନନ୍ତପୁର ସାହି ସ୍ଥିତ ବରିଷ୍ଠ ଓକିଲ ଶ୍ରୀଯୁକ୍ତ ସଂଜୟ ମିଶ୍ର (ବାଙ୍କ ଭାଇନା) ଆଜ୍ଞା ଙ୍କ କୋଠା ଘର ମଧ୍ୟେ ଥିବା ପବିତ୍ର ଗୁହାଳ ଠାରେ ପହଞ୍ଚିଥିଲୁ ।

ବାଙ୍କ ଭାଇନାଙ୍କ ଗୁହାଳରେ ତିନୋଟି ହୃଷ୍ଟପୃଷ୍ଟ ଗୋ ମାତା ଏଵଂ କୈାତୁକିଆ ବାଛୁରୀ ଛୁଆଙ୍କୁ ଦେଖିଲୁ ସେମାନଙ୍କୁ ସ୍ପର୍ଶ କରି ଆତ୍ମତୃପ୍ତି ଲାଭ କଲୁ ଏହା ସହିତ ପୂଜ୍ୟ ବାଙ୍କ ଭାଇନା ଯିଏକି ସହରର ଜଣେ ପ୍ରତିଷ୍ଠିତ ଓକିଲ ଏଵଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଲୁନା ମିଶ୍ର ଓ ପୁତ୍ର ଶ୍ରଦ୍ଧେୟ ଗୁଡୁ ବାବୁ ସମସ୍ତେ ଗୋବର ପୋଛିଵା ,ଗାଇ ଦୁହିଁଵା ,ଗୋ ମାତାଙ୍କୁ ଭୋଜନ ପରଷିଦେଵା ଭଳି ପବିତ୍ର କାର୍ଯ୍ୟ କରୁଥିଵାର ଦେଖି ଆମ୍ଭେ ଅଭିଭୂତ ହେଲୁ ତତ୍‌ସହିତ ଏକବିଂଶ ଶତାବ୍ଦୀରେ ଏଭିଳି ମାହାନୁଭାଵ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସି ଅଭିପ୍ରେରିତ ହେଲୁ ।

ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ବିଷୟ ହେଲା ବାଙ୍କ ଭାଇନାଙ୍କ ପବିତ୍ର ଗୁହାଳରୁ ଗୋ ମାତାଙ୍କ ଠାରୁ ଦୁଗ୍ଧ ଓ ଗୁଆ ଘିଅ ପ୍ରତିଦିନ ସହରର ଆରାଧ୍ୟ ଠାକୁର ଶ୍ରୀ ଜଗନ୍ନାଥ ମନ୍ଦିର ରେ ତିନି ଠାକୁରଙ୍କ ପାଖେ ଲାଗି କ

#dhenkanalnews

Leave a Reply

Your email address will not be published. Required fields are marked *