ଢେଙ୍କାନାଳ ସିଆରିଆ ଗ୍ରାମରେ ଥିବା ଭଗବାନ ବିଦ୍ୟା ମନ୍ଦିର ର ପୁରାତନ ଛାତ୍ର ସଂସଦ ଓ ରୌପ୍ୟଜୟନ୍ତୀ କମିଟି. ଆବାହକ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ମହାମହିମ ରାଜ୍ୟପାଳ ଗଣେଶ ଲାଲଙ୍କ ଯୋଗଦାନ

Spread the love

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଆରିଆ ଗ୍ରାମ ଠାରେ ଥିବା ” ଭଗବାନ ବିଦ୍ୟା ମନ୍ଦିର” ପରିସରରେ ଗୁରୁବାର ସନ୍ଧ୍ୟା 5ଘଟିକା ସମୟରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଓ ରୌପ୍ୟଜୟନ୍ତୀ କମିଟିର ମିଳିତ ସହଯୋଗରେ ବିଦ୍ୟାଳୟର 25ତମ ପୂର୍ତ୍ତି ପୂର୍ବକ ରୌପ୍ୟଜୟନ୍ତୀ ସମାରୋହ ମହା ଆଡମ୍ବରେ ଅନୁଷ୍ଠିତ ହୋଇଯାଇଛି l
ବିଦ୍ୟାଳୟର ପ୍ରଧାନ ଶିକ୍ଷକ. ଭିକାରି ଚରଣ ରାଉତଙ୍କ ପ୍ରତକ୍ଷ ତତ୍ୱାବଧାନରେ. ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତlନ ତିନ. ଓ. ୟୁ. ଏ. ଟି ପ୍ରଫେସର କୁମ୍ଭକର୍ଣ ରାଉତ ସଭାପତିତ୍ୱ କରିଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶ୍ରୀ ଲାଲ. ଯୋଗଦେଇଥିଲେ l ସେଠାରେ ବିଦ୍ୟାଳର ପ୍ରତିଷ୍ଠାତା. ଭଗବାନ ରାଉତଙ୍କ ପତିମୂର୍ତ୍ତିରେ ମଲ୍ୟାର୍ପଣ କରି ବା ସହିତ. ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିଥିଲେ l ରୌପ୍ୟ ଜୟନ୍ତୀ ସମlରୋହର. ସାଧାରଣ ସଭାରେ ଯୋଗଦେଇ ବିଦ୍ୟାଳର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା, ଖେଳକୁଦ, ଓ ନିଜକୁ କିଭଳି ଶାନ୍ତ ରହି ପ୍ରତିଷ୍ଠିତ କରିହେବ ଏବଂ ଦେଶ ଗଠନରେ ସେମାନଙ୍କର ଭୂମିକା ବିଷୟରେ ବହୁମୂଲ୍ୟ ମତାମତ ଦେଇଥିଲେ l
ସଭାକାର୍ଯ୍ୟ ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲେ ଏହି ସଭାରେ ଅଥିତି ଭାବେ ମାନ୍ୟବର ଖଣି,ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ କୁମାର ମାଲିକ, ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ବିଦ୍ୟାଳୟର ପ୍ରତିଷ୍ଠାତା ଓ ତାଙ୍କ ପରିବାରର ବିଦ୍ୟାଳୟ ପ୍ରତି ଥିବା ଅନେକ ଅବଦାନର ପ୍ରଂଶସା କରିଥିଲେ l
ଏହି ଅବସରରେ ରୌପ୍ୟଜୟନ୍ତୀ ନିମନ୍ତେ ଏକ ସ୍ମରଣୀକାକୁ ମହାମହିମ ରାଜ୍ୟପାଳ ଉନ୍ମୋଚନ କରିଥିଲେ ଏବଂ ବିଦ୍ୟାଳୟର ପ୍ରତିଷ୍ଠିତ ସଦସ୍ୟ ମାନଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ l
ରୌପ୍ୟ ଜୟନ୍ତୀ ଅବସରରେ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *