ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ

Spread the love

ଆମ୍ ଆଦମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅକାଳ ବିୟୋଗ ଉପଲକ୍ଷେ ଏକ ଶୋକ ସଭା ଆୟୋଜନ କରାଯାଇଥିଲା। ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦଳର ସକ୍ରିୟ କାର୍ଯ୍ୟକର୍ତ୍ତା ମାନେ ଗାନ୍ଧୀଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପ ଅର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ସକ୍ରିୟ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା ଓ ବିକ୍ରମ ରାଉତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗାନ୍ଧୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରମୁଖ ସକ୍ରିୟ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ବିଭୁ ରଞ୍ଜନ ସାହୁ, ଲକ୍ଷ୍ମଣ ନାଏକ, ସଞ୍ଜୟ ମହାରଣା, ଚିନ୍ମୟ ସେନାପତି, ପିତାମ୍ବର ଦାସ, ଶରତ ଚନ୍ଦ୍ର ଗିରି, ରାଜକୁମାର ପ୍ରଧାନ, ବିଷ୍ଣୁ ପ୍ରସାଦ ପଣ୍ଡା ଓ ଜିତେନ୍ଦ୍ର ବେହେରା ଉପସ୍ଥିତ ରହି ଏହି ଶୋକସଭାରେ ଭାଗ ନେଇଥିଲେ।

ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକାରିଣୀ କମିଟିକୁ ସର୍ବସମ୍ମତି କ୍ରମେ ବିଲୟ କରି ନୂତନ ରୂପେ ସଂଗଠନ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସଭାପତି ପଙ୍କଜ ନାୟକ ବାପୁଙ୍କ ସ୍ତୁତି ଚାରଣ କରିବା ସହ ପଞ୍ଚାୟତ ସ୍ତରରେ ସଚେତନତା ସୃଷ୍ଟି କରିବା ଏବଂ ହୃଦୟରେ ସେବା ମନୋବୃତ୍ତି ଜାଗ୍ରତ କରି ସାଂଗଠନିକ ବୈଠକ ଆୟୋଜନ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *