ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ-୨୦୨୨ ଅନୁଷ୍ଠିତ.

Spread the love

ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହ ଠାରେ ମାଧ୍ୟମିକ
ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାପତିତ୍ଵରେ
ଅନୁଷ୍ଠିତ ଏହି ସମ୍ମିଳନୀରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥ୍
ଭାବେ ଯୋଗ ଦେଇ, ନିଷ୍ଠାର ସହିତ ଶିକ୍ଷାଦାନ କରି ଆଦର୍ଶ ଛାତ୍ରସମାଜ ଗଠନ କରିବାକୁ ଜିଲ୍ଲାର ସମସ୍ତ ପ୍ରଧାନ
ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ଅଧିକ ମେଧାବୀ ଛାତ୍ର ସୃଷ୍ଟି
କରିବାକୁ ସେ ପରାମର୍ଶ ଦେଇଛନ୍ତି । ଶିକ୍ଷା କ୍ଷେତ୍ରରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅଭିନବ ଯୋଜନା ଗୁଡିକ
ଅନ୍ୟ ଜିଲ୍ଲାରେ ମଧ୍ୟ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଶିକ୍ଷିତ ହାର ବୃଦ୍ଧି ଘଟିବା ସହିତ ଶିକ୍ଷାକ୍ଷେତ୍ରରେ ପ୍ରକୃତ ବିକାଶ
ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ଶିକ୍ଷା ବିଭାଗର ବିଭିନ୍ନ
କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ । ପେନସନ ଦେୟ, ଅମୀମାଂଶିତ କେସ ଓ ପୁନଃ ଥଇଥାନ ଆଦି ସମ୍ପର୍କରେ
ଆଲୋଚନା କରି ଶିକ୍ଷକମାନଙ୍କର ସମସ୍ତ ଅସୁବିଧାକୁ ଯଥାଶୀଘ୍ର ଦୂର କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ
କହିଛନ୍ତି । ଶିକ୍ଷାଦାନରେ ଉନ୍ନତି ଆଣିବା ନିମନ୍ତେ ନିୟମିତ ଭାବେ ବର୍ଷକୁ ୪ ଥର ଅଭିଭାବକ-ଶିକ୍ଷକ ସମନ୍ଵୟ
ବୈଠକ ଡକାଇ ବିହିତ ବ୍ୟବସ୍ଥା କରିବାକୁ କହିଛନ୍ତି । ପ୍ରତିମାସରେ ୧୨ ଦିନ ସମ୍ପୃକ୍ତ ଶିକ୍ଷା ଅଧିକାରୀମାନେ ବିଭିନ୍ନ
ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶୈକ୍ଷିକ ବାତାବରଣ ପ୍ରତି ଅଧ୍ବକ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।
ଆଗାମୀ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ଯେପରି ୫୦୦ ରୁ ଅଧିକ ଛାତ୍ରଛାତ୍ରୀ ଏ + ଗ୍ରେଡରେ ପାସ କରିପାରିବେ
ସେଥ୍ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସେ ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଶିକ୍ଷକ ଓ
ଅନ୍ୟାନ୍ୟ ପଦବୀ ପୂରଣ କରାଯିବ। ମାଟ୍ରିକ ପରୀକ୍ଷାରେ ସମସ୍ତ ବିଷୟର ଫଳାଫଳକୁ ବିଶ୍ଳେଷଣ କରାଯିବ ଓ
ଫଳାଫଳ ନିମନ୍ତେ ସମ୍ପୃକ୍ତ ବିଷୟର ଶିକ୍ଷକ ଦାୟୀ ରହିବେ । ଏଣୁ ସମସ୍ତେ ନିଷ୍ଠାର ସହିତ ଶିକ୍ଷାଦାନ କରି
ପିଲାମାନଙ୍କ ମଧ୍ୟରେ ନୈତିକତା ବୃଦ୍ଧି ଓ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଯବାନ ହେବାକୁ ସେ ପରାମର୍ଶ
ଦେଇଛନ୍ତି ।
ସମ୍ମିଳନୀରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର
ସାମଲ, ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ
ସମ୍ମାନିତ ଅତିଥ୍‌ ଭାବେ ଯୋଗ ଦେଇଥିଲେ । ଶିକ୍ଷାର ମୂଳଦୁଆକୁ ସୁଦୃଢ କରିବାକୁ ସମସ୍ତ ଶିକ୍ଷା ଅଧିକାରୀ ଓ ଶିକ୍ଷକ,
ଶିକ୍ଷୟତ୍ରୀମାନେ ହୃଦୟର ସହିତ କାର୍ଯ୍ୟ କରିବାକୁ ଅତିଥିମାନେ ପରାମର୍ଶ ଦେଇଛନ୍ତି । ଶିକ୍ଷକମାନେ ସୃଜନଶୀଳ
ହୋଇ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ କରାଇ ଆଦର୍ଶ ଛାତ୍ରସମାଜ ଗଠନ କରିବାକୁ
ଅତିଥ୍ ମାନେ ଆହ୍ବାନ ଦେଇଛନ୍ତି ।
ଶିକ୍ଷାର ସର୍ବାଙ୍ଗୀନ ବିକାଶ ନିମନ୍ତେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅଭିନବ ଯୋଜନାଗୁଡିକ ସମ୍ପର୍କରେ
ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସ୍ୱାକ୍ଷରତା ହାର ବୃଦ୍ଧି କରାଯାଇ
ଢେଙ୍କାନାଳ ଜିଲ୍ଲାକୁ “ଏଜୁକେସନ ହବ୍” ଭାବେ ପରିଣତ କରାଯିବା ପାଇଁ ଗ୍ରହଣ କରାଯାଉଥିବା ସମସ୍ତ ଯୋଜନା
କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ଜିଲ୍ଲା ଶିକ୍ଷା ଅଧ୍ୟାକାରୀ ଶ୍ରୀମତୀ ନିବେଦିତା ପାଣି ସ୍ବାଗତ ଭାଷଣ ଦେବା ସହିତ ଜିଲ୍ଲାରେ ହେଉଥିବା ସମସ୍ତ
ଶିକ୍ଷ୍ୟାଭିତ୍ତିକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ପ୍ରାରମ୍ଭରେ ସୁଲକ୍ଷଣା ଦେବୀ ଉଚ୍ଚ ବାଳିକା ବିଦ୍ୟାଳୟର
ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ତ ବି.ଇ.ଓ., ଏ.ବି.ଇ.ଓ.,
ବି.ଆର.ସି.ସି, ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ । ଶେଷରେ
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀମତୀ ସସ୍ମିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *