ଯୋରନ୍ଦା ମାଘ ମେଳା ବୁଲିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ l Joranda Magha Mela-2023 lDharmendra pradhan

Spread the love

ଢେଙ୍କାନାଳ ଗସ୍ତରେ ଆସି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ବୁଲିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଯୋରନ୍ଦା ମହିମା ଗାଦୀରେ ପହଞ୍ଚି ପ୍ରଥମେ ମୁଖ୍ୟ ମନ୍ଦିର ଗାଦୀ ମନ୍ଦିର ପରିସର ଯାଇଥିଲେ ଧର୍ମେନ୍ଦ୍ର।ସେଠାରେ ଶୂନ୍ୟ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇ ଆଶିଷ ଭିକ୍ଷା କରିଥିଲେ।ପରେ କୌପୁନୀଧାରୀ ମହିମା ସମାଜର ଜ୍ୟୋତୀ ମନ୍ଦିର ଚତୁଃପାଶ୍ୱର୍ରେ ବେଢା ପରିକ୍ରମା କରି ଶୂନ୍ୟ ମହାପ୍ରଭୁଙ୍କ ସମେତ ସାଧୂଙ୍କ ସହ ଆଲୋଚନା କରିଥିଲେ।ଶେଷରେ ବକଳଧାରୀ ମହିମା ସାଧୂଙ୍କ ବଡ ମଠ ଭିତରକୁ ଯାଇ ବକଳଧାରୀ ସାଧୂଙ୍କ ସହ ମଧ୍ୟ ଆଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ।ଯୋରନ୍ଦା ମାଘ ମେଳା ଅବସରରେ ଗାଦୀର ଉଭୟ ଗୋଷ୍ଠୀର ମହିମା ସନ୍ନାସୀଙ୍କୁ ବୃହତ ଆୟୋଜନ ପାଇଁ ସାଧୁବାଦ ଜଣାଇଥିଲେ କେନ୍ଦ୍ର ମନ୍ତ୍ରୀ।ମାଘ ମେଳା ଅବସରରେ ଆସିବାର ସୌଭାଗ୍ୟ ଅର୍ଜନ କରିଥିବାରୁ ନିଜକୁ ସୌଭାଗ୍ୟବାନ ମନେ କରିଛନ୍ତି ଧର୍ମେନ୍ଦ୍ର।ମହିମା ସ୍ୱାମୀ ଙ୍କ ଦ୍ୱାରା ସମାଜର ବଞ୍ଚିତ ବର୍ଗଙ୍କୁ ଏକଜୁଟ କରିବା ସହିତ ସନ୍ଥକବି ଭିମଭୋଇଙ୍କ ରଚନା ଓ ସାହିତ୍ୟ ମାଧ୍ୟମରେ ସମାଜରେ ଏକତା ଆଣିବାରେ ଏହା ଏକ ଅନନ୍ୟ ପରମ୍ପରା ବୋଲି କହିଛନ୍ତି ଧର୍ମେନ୍ଦ୍ର।ଲକ୍ଷାଧିକ ଭକ୍ତ ଏହି ମାଘମେଳା ପାଇଁ ଏକାଠି ହୁଅନ୍ତି ଓ ମହିମା ଗୋସାଇଁ ଙ୍କ ତତ୍ତ୍ୱ ଉପରେ ଆସ୍ଥା ମଧ୍ୟ ପ୍ରକଟ କରନ୍ତି।
#jorandagadi #dhenkanalnews #maghamela  #dharmendra_pradhan

Leave a Reply

Your email address will not be published. Required fields are marked *