






ତା ୧୧.୨.୨୩। ଢେଙ୍କାନାଳ। ହାକାଥେଲନ ଭବିଷ୍ୟତ ର ବୈଜ୍ଞାନିକଙ୍କ ଏନ୍ତୁଡ଼ିଶାଳ ବୋଲି ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ହାକାଥେଲନ କାର୍ଯକ୍ରମ ଓ ବିଜ୍ଞାନ ମେଳା କୁ ଉଦ୍ଘାଟନ କରି ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୁମାର ପ୍ରଧାନ ମତ ପ୍ରକାଶ କରିଛନ୍ତି। ସକାଳ ୯ ଟା ରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ର କୁଞ୍ଜବନ ପରିସର ରେ ଚାଲିଥିବା ଏହି କାର୍ଯକ୍ରମ ରେ ୨୫ଗୋଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହା ସହିତ ଜିଲ୍ଲା ର ୪୧ ଗୋଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରୁ ୨୦୦ ରୁ ଅଧିକ ଛାତ୍ର ଛାତ୍ରୀ ମାନେ ଓଡ଼ିଆ ଓ ଇଂରାଜୀ ତର୍କ, ଓଡ଼ିଆ ଓ ଇଂରାଜୀ ରଚନା ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ହାକାଥେଲନ ପ୍ରତିଯୋଗିତା ରେ ଢେଙ୍କାନାଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ସାଇ ନନ୍ଦନ ବୋଷ ଓ ସୂଚୀସ୍ମିତା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଶ୍ରୀଧର ସ୍ବାମୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ସୁଭଲକ୍ଷ୍ମି ସାହୁ ଓ ଉଦ୍ଦେଶ୍ୟ ଉପାସନା ଦ୍ଵିତୀୟ ତଥା ବରିହା ପୁର ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ପରଜଙ୍ଗ ର ଅନିଲ ସାହୁ ଓ ସୁମିତ୍ରା ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅପରାହ୍ନ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ ନାଥ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବ ବେଳେ, ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରଞ୍ଜିତ କୁମାର ପ୍ରଧାନ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଓ ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଡଃ ଦେବାଶିଷ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲା। ଏହି କାର୍ଯକ୍ରମ କୁ କମର୍ସ ବିଭାଗ ର ଅଧ୍ୟାପିକା ଡଃ ସୌମ୍ୟ ନନ୍ଦ ଅତି ସୁନ୍ଦର ଭାବରେ ସଂଯୋଜନା କରିଥିବା ବେଳେ ରସାୟନ ବିଭାଗର ଅଧ୍ୟାପିକା ଶ୍ରୀମତୀ ସୁଜାତା କୁମାରୀ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯକ୍ରମ କୁ ସଫଳ କରିବା ପାଇଁ ଡ଼ଃ ସମ୍ବିତ ସାହୁ, ଶ୍ରୀ ପ୍ରକାଶ କୁମାର ସାହୁ, ସୌମ୍ୟ ନନ୍ଦ, ସୁଜାତା କୁମାରୀ ବେହେରା, ସୁରେଖା ବଳିଆର୍ଶିଂ, ରଜନୀ କାନ୍ତ ଖୁଣ୍ଟିଆ, ରଶ୍ମି ରଞ୍ଜନ ନାୟକ, ଭୂପେଶ୍ ଚନ୍ଦ୍ର ସାହୁ, ସାରଦା ପ୍ରସନ୍ନ ପତି ଓ ଆଦ୍ଵେଇତ ସାହୁ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।